ରାଜ୍ୟ ସରକାର : ୧୨ ପ୍ରସ୍ତାବକୁ କ୍ୟାବିନେଟରେ ମିଳିଲା ମଞ୍ଜୁରୀ, ବଢ଼ିଲା ଚାକିରୀ ବୟସ ସୀମ ॥ ଏବେ ରହିବାଣୀ ବେରୋଜଗାରି ଦେଖନ୍ତୁ ସମ୍ପୂର୍ଣ news

ଓଡ଼ିଶା ସରକାରଙ୍କ ଅଧିନରେ ଚାକିରୀ କରିବାକୁ ଚାହୁଁଛନ୍ତି କି? ତେବେ, ଅପଣଙ୍କ ପାଇଁ ଆସିଛି ଖୁସି ଖବର। ଓଡ଼ିଶା ସରକାରଙ୍କ ଚାକିରୀରେ ବୟସ ସୀମାକୁ ବୃଦ୍ଧି କରାଯାଇଛି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ର ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏଇଠି କ୍ଲିିକ କରନ୍ତୁ ଜଲ୍ଦି ⬇️ ⬇️
Lokaseba bhawan

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଏହି ବୟସ ସୀମା ୩୨ ବର୍ଷ ରହିଥିବା ବେଳେ ଏବେ ଏହା ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଆହୁରି ଅଧିକ ୫ ବର୍ଷ କୋହଳ କରାଯାଇଛି। ଅର୍ଥାତ ମହିଳା ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଚାକିରୀ ବୟସ ୪୩ ବର୍ଷ ରଖାଯାଇଛି।ଏହାବ୍ୟତୀତ ଅନ୍ୟ ୧୨ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି।

Naveen pattnaik

ଏଥିସହିତ ୫ ଟି ପାନୀୟ ଜଳ ମେଗା ପ୍ରକଳ୍ପ ସହିତ ମୟୁରଭଞ୍ଜ କପ୍ତିପଦା ବ୍ଲକ୍‌ର ୧୫୫ ଗ୍ରାମକୁ ପାନୀୟ ଜଳ ମିଳିବା ସହିତ ଶ୍ୟାମାକୁଦା ଓ ବାରିପଦା ବ୍ଲକ୍‌ର ୨୨୨ ଗ୍ରାମକୁ ପାନୀୟ ଜଳ ସୁବିଧା ମିଳିବା ନେଇ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ଭୁବନେଶ୍ୱର ଆଇଆଇଟିକୁ ବିନା ମୂଲ୍ୟରେ ୬୧୮ ଏକର ୬୬ ଡେସିମିଲ୍‌ ଜମି ଏବଂ NIFTକୁ ୧୦ ଏକର ଜମି ଓ ଭିତ୍ତିଭୂମି ବିକାଶ ପାଇଁ ୫୮.୬୫ କୋଟି ଟଙ୍କା ପ୍ରଦାନ କରାଯିବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିପରି OPSC ଜରିଆରେ ଅବକାରୀ ବିଭାଗର DSPଙ୍କୁ ନିଯୁକ୍ତି ଦିଆଯିବା ନେଇ ମଧ୍ୟ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Please follow and like us:

Leave a Comment